ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଶ୍ଚିମବଙ୍ଗରେ ପୁଣି ପଥରମାଡ

କୋଲକାତା,୧୨ ।୩: ପଶ୍ଚିମବଙ୍ଗରେ ପୁଣିଥରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ ହୋଇଛି । ଘଟଣା ରବିବାରର ହୋଇଥିବା ବେଳେ ଟ୍ରେନଟି ହାୱଡା ଯାଇଥିଲା । ଏହି ସମୟରେ ଫରକ୍କା ନିକଟରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ ହେବାରୁ ଏହାର କାଚ ଭାଙ୍ଗି ଯାଇଥିଲା ।
ରେଲୱେ ଅଧିକାରୀ କୌଶିକ ମିଶ୍ର ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ସେ କହିଛନ୍ତି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ଓ ଏହାକୁ ଗମ୍ଭିରତାର ସହ ନିଆଯାଇଛି । ସେହିଭଳି ଆଗକୁ ଯେମିତି ଏହି ଘଟଣାର ପୁନରାବୃତ୍ତି ନ ହୁଏ ଏହାକୁ ନେଇ ସଚେତନ କରାଯାଇଛି । ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଯାଇଛି । ଆଉ କେତେଜଣ ଦ୍ୱିତୀୟ ଥର ଯାତ୍ରା କରିବାକୁ ନେଇ ଭୟଭୀତ ହୋଇଯାଇଥିବା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ବି ଦାର୍ଜିଲିଂର ଫାଁସିଦେବାରେ ବି ବନ୍ଦେ ଭାରତ ଟ୍ରେନ ଉପରେ ପଥରମାଡ ହୋଇଥିଲା, ଯେଉଁଥିରେ ଟ୍ରେନର ଅଧିକାଂଶ କାଚ ଭାଙ୍ଗି ଯାଇଥିଲା । ମାଲଦାରେ ବି ଏମିତି ଘଟଣା ହୋଇଥିଲା । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବ୍ୟତିତ ଅନ୍ୟ ରାଜ୍ୟରେ ବି ବନ୍ଦେ ଭାରତ ଟ୍ରେନ ଉପରେ ପଥରମାଡ ହୋଇଛି ।

Related Articles

Back to top button